ଅନାଥ ଆଶ୍ରମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଅନାଥ ଆଶ୍ରମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

0 0
Read Time:1 Minute, 52 Second

ଧରାକୋଟ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ଧରକୋଟ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଧରାକୋଟ ତରଫରୁ ସ୍ୱାସ୍ଥ୍ୟ ସଚେତନତା ଓ କୋରଣା ବିଷୟରେ ଆଶ୍ରମର ସମସ୍ତ ଶିଶୁ ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରଯାଇଥିଲା । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭରପ୍ରାପ୍ତ ଚିକିସ୍ଥାଧିକାରୀ ଡ଼ା ଏମ ଭି କେ ଅଶୋକ ଏବଂ ଡ଼ା ଶଙ୍କର ନାରାୟଣ ବେହେରା ଓ ବି.ପି.ଏମ. ପ୍ରିୟଙ୍କା ମହାନ୍ତି, ଏ ଏନ ଏମ କେ.ବିଷ୍ଣୁ ପ୍ରିୟା ରେଡ୍ଡୀ, ମନୀଷା ବିଶ୍ୱାସ, ବିନୟକ ସାହୁ, ସହଯୋଗୀ କର୍ମଚାରୀ ହିମାଂଶୁ ଶେଖର ଡାକୁଆ, ମନୋଜ ନାୟକ, ସୁଶାନ୍ତ ମିଶ୍ରଙ୍କ ଉପସ୍ଥିତିରେ ଶିଶୁମାନକୁ ସ୍ୱାସ୍ଥ୍ୟ ସଫା ସୁତୁରା ରଖିବା ଓ କୋରଣା ଉପରେ ସଚେତନତା କରଯାଇଥିଲା ଏବଂ ଶିଶୁମାନକ ଦ୍ଵାରା ସ୍ୱାସ୍ଥ୍ୟ ବାର୍ତ୍ତା ଚିତ୍ରାଙ୍କନ ମାଧ୍ୟମରେ ଆୟୋଜନ କରଯାଇଥିଲା । ଉଭୟ ଚିକିସ୍ଥାଧିକାରୀଙ୍କ ଉପସ୍ଥିତରେ ଶିଶୁ ମାନକ ଦ୍ଵାରା କେକ କାଟା ଯାଇ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା । ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ସଚେତନତା କାର୍ଯ୍ୟକ୍ରମରେ ଏକ ବୈଠକ ଆୟୋଜନ କରଯାଇଥିଲା, ଏଥିରେ ଆଶ୍ରମର କେ.ଟୁନା ଦୋରା, ପି. ଗୀତାଞ୍ଜଳି ଦୋରା, ପ୍ରସାଦ କୁମାର ଗୌଡ, ଶିଶିର କୁମାର ରାଜ, ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶିଶୁମାନଙ୍କ ଦ୍ଵାରା କୋରଣା ରୋଗରୁ ସତର୍କ ରହିବା ଓ ସ୍ୱାସ୍ଥ୍ୟ ଉପରେ ସଙ୍ଗୀତ ମାଧ୍ୟମରେ ପରିବେଷଣ କରଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍