Read Time:1 Minute, 11 Second
ଆସିକା ବନାଞ୍ଚଳ ପକ୍ଷରୁ ଉଜୁଡା ଜଙ୍ଗଲ କୁ ସଜାଡ଼ିବା ଲକ୍ଷ ରେ ଦଶ ଲକ୍ଷ ରୁ ଉର୍ଦ୍ଧ ମାଗଣା ଚାରା ବଣ୍ଟନ ବ୍ୟବସ୍ଥା କରିଛନ୍ତି।ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ ଙ୍କ ସଂଯୋଜନା ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଦକ୍ଷିଣ ଘୁମୁସର ବନଖଣ୍ଡ,ସହକାରୀ ବନ ସରକ୍ଷକ ପ୍ରଭାକର ନାୟକ,ଆସିକା ତହସିଲଦାର ସଞ୍ଜୟ ସାମନ୍ତରାୟ, ଆସିକା ବିଡିଓ ରୋଶନ ଶତପଥୀ, ରେଞ୍ଜର ପ୍ରମୋଦ ପଣ୍ଡା ଙ୍କ ସମେତ ବନବିଭାଗର ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ l ବନ ବିଭାଗ ପକ୍ଷରୁ ୭୩ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଶେରଗଡ଼ ସେକ୍ସନ କେ. ନୂଆଗାଁ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ବେଛାସେବୀ ଅନୁଷ୍ଠାନ ଓ ବନ୍ୟ ପ୍ରେମୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ l

