ଜିଲ୍ଲାପାଳ ଦ୍ୱାରା ରଥ ଉପରେ ଛେରା ପହଁରା

ଜିଲ୍ଲାପାଳ ଦ୍ୱାରା ରଥ ଉପରେ ଛେରା ପହଁରା

0 0
Read Time:2 Minute, 2 Second

ଦୀର୍ଘ ଦୁଇବର୍ଷ ପରେ କରୋନା କଟକଣା ଯୋଗୁଁ ବନ୍ଦ ହୋଇଥିବା ରଥଯାତ୍ରା ଚଳିତ ବର୍ଷ ପାଳନ କରାଯାଉଥିବାରୁ ସବୁଠି ହସ ଉଲ୍ଲାସ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅଲାରିଗଡ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଛେରା ପହଁରା କରିବା ସହ ରଥ ଟଣା କାର୍ଯ୍ୟ ରେ ଯୋଗ ଦେଇଥିଲେ । ପ୍ରାତଃ କାଳରୁ ତିନି ଠାକୁର ଙ୍କ ଦେବନୀତି ସମାପନ ପରେ ରଥ।ରୂଢ଼ ପାଇଁ ସମସ୍ତ ଗ୍ରାମବାସୀ ଶ୍ରଦ୍ଧାଳୁ ଭକ୍ତଂଙ୍କ ଗ୍ରହଣରେ ଘଣ୍ଟ ,କାହାଳି ,ମୃଦୁଙ୍ଗ,କ୍ରିତ୍ତନ ମାଧ୍ୟମରେ ତିନି ଠାକୁର ଙ୍କୁ ରଥ।ରୂଢ଼ କରାଯାଇଥିଲା । ପ୍ରଭୁଙ୍କର ରଥ ନୀତି ସରିବା ପରେ ଚାରମାଳ ଫିଟାଯାଇ ରଥ ଟଣା କାର୍ଯ୍ୟ ବଡଦାଣ୍ଡ ରୁ ଆରମ୍ଭ ହୋଇଥିଲା । ବଡ଼ଦାଣ୍ଡ ର ଉଭୟ ପାଶ୍ୱରେ ଅବସ୍ତିତ ସମସ୍ତ ବାସିନ୍ଦା ଦାଣ୍ଡ ଦ୍ୱାରେ ପୂର୍ଣ କୁମ୍ଭ ବାଢ଼ି ଦୀପ ପ୍ରଜ୍ବଳନ କରିବା ସହ ସ୍ୱାଗତ ଓ ଭୋଗ ଅର୍ପଣ କରିଥିଲେ । ସମଗ୍ର ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା

ଜିଲ୍ଲାର ଯଦିଓ ଗୁରୁଦାୟିତ୍ୱ ମୋ ଉପରେ ରହିଛି କିନ୍ତୁ ରଥରେ ଛେରା ପହଁରା କରି ଯେଉଁ ଆଶିଷ ମିଳିଛି ତାହା ସାଧାରଣ ଜନତା ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ନବ ନିଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।
ଦୀର୍ଘ ଦୁଇବର୍ଷ ପରେ କରୋନା ଯୋଗୁଁ ରଥ ଟଣା ବନ୍ଦହୋଇଥିବାରୁ ଯେଉଁ ନୈରାଶ୍ୟ ଭାବ ଦେଖାଦେଇଥିଲା ତାହାର ପୁର୍ନଛେଦ ଘଟି ରଥ ଟଣା ହୋଇଥିବାରୁ ଏକ ନୂତନ ଉନ୍ନ।ମଦନ ଭାବନା ଗ୍ରାମବାସୀଙ୍କ ମଧ୍ୟରେ ପରିଲକ୍ଷିତ ହୋଇଛି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍