ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅନଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ବିତୀୟ ପର୍ଯ୍ୟାୟ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୋଟର ଭେଇକାଲ ପର୍ଯ୍ୟବେକ୍ଷକ ରତିକାନ୍ତ ନାହାକ ଙ୍କ ସଂଯୋଜନାରେ ସଡ଼କ ସୁରକ୍ଷା , ପ୍ରାଥମିକ ଚିକିତ୍ସା ଏବଂ ସାମାଜିକ ନିରାପତ୍ତା ତଥା ଧନଜୀବନ ସୁରକ୍ଷା ସମ୍ପର୍କିତ ଆଧାରିତ ରକ୍ଷକ କାର୍ଯ୍ୟକ୍ରମ ଜରିଆରେ ଯୁବପିଢୀ ନିମନ୍ତେ ଏକ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଯୁବ ବିଜେଡି ଜିଲ୍ଲା ଉପସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ଏବିଇଓ ରସାନନ୍ଦ ଘଡେଇ , ଥାନା ଏଏସ୍ ଆଇ ଅଜିତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅଧ୍ୟାପକ ବିଜୟ କୁମାର ପ୍ରଧାନ ଓ ସିମାଞ୍ଚଳ ଗୈାଡଙ୍କ ପ୍ରଶିକ୍ଷଣରେ ୪୦ ଜଣ ତାଲିମ ନେଇଥିଲେ । ଏଥିସହ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା ଓ ପ୍ରେମାନନ୍ଦ ପାଣିଗ୍ରାହୀ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଶେଷରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

