କେନ୍ଦ୍ର ଯୋଜନାକୁ ଡୁପ୍ଲିକେସି କରି ଭୁଆଁ ବୁଲାଉଛି ରାଜ୍ୟ ସରକାର

କେନ୍ଦ୍ର ଯୋଜନାକୁ ଡୁପ୍ଲିକେସି କରି ଭୁଆଁ ବୁଲାଉଛି ରାଜ୍ୟ ସରକାର

0 0
Read Time:2 Minute, 2 Second

କେନ୍ଦ୍ର ମୋଦୀ ସରକାର ଙ୍କ ବିଭିନ୍ନ ଜନପ୍ରିୟ ଯୋଜନା ଓ କାର୍ଯ୍ୟକ୍ରମ କୁ  ରାଜ୍ୟ ର ଅପାରଗ ଓ ଭ୍ରଷ୍ଟ ବିଜେଡ଼ି ସରକାର ବ୍ରାଣ୍ଡିଂ କରି ନିଜସ୍ବ ଯୋଜନା କହି ଜନସାଧାରଣ ଙ୍କୁ ଭୂଆଁ ବୁଲାଉଥିବା ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି।ସୋମବାର ଅପରାହ୍ନରେ  ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଲଛମନ ପଲ୍ଲୀ ଗ୍ରାମ ରେ ଆୟୋଜିତ ଏସ୍ ହେଚ୍ ଜି ମହିଳା ଗ୍ରୁପ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ସାମନ୍ତ ସିଂହାର ରାଜ୍ୟ ସରକାର କୁ ମହିଳା ବିରୋଧୀ, ଦୁର୍ନୀତି ଗ୍ରସ୍ତ କହି ତୀବ୍ର ସମାଲୋଚନା କରିଥିଲେ।କେନ୍ଦ୍ର ରେ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵାଧୀନ ବିଜେପି ସରକାର ର ଆଠବର୍ଷ ପୂର୍ତ୍ତି ଅବସର ରେ ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ  ଅଭିଯାନ ରେ ଅନୁଷ୍ଠିତ ଏହି ମହିଳା ସମାବେଶରେ ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା  ସଭାପତି ମଧୁସ୍ମିତା ପୋଲାଇ ସଭାପତିତ୍ବ କରିଥିଲେ। ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ମହିଳା ନେତ୍ରୀ ଜୟନ୍ତୀ ପଢ଼ିଆରି,ରେଣୁବାଳା ରେଡ୍ଡୀ,ଅରୁଣ ପଣ୍ଡା, ,ନାରାୟଣ ବେହେରା, ଯୁବମୋର୍ଚ୍ଚା ର ପ୍ରଭାକର ପଣ୍ଡା ସରୋଜ ଭଞ୍ଜ,ରାଘବ ସିଅ  ,ଦୁର୍ଗା ଚରଣ ପଟ୍ଟନାୟକ, ରବିନ୍ଦ୍ର ପଲେଇ ଙ୍କ ସମେତ ବହୁ  ନେତା ଯୋଗ ଦେଇ ବିଗତ ଆଠ ବର୍ଷର କେନ୍ଦ୍ର ସରକାରଙ୍କ ଜନହିତକର କର୍ଯ୍ୟକ୍ରମ ଓ ସୁ ଶାସନ ର ବିଶଦ ବିବରଣୀ ପ୍ରଦାନ କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ରାଜନୀତି