ମହାତ୍ମା ଗାନ୍ଧିଙ୍କ ୧୫୪ ତମ ଜନ୍ମତିଥି ପାଳନ

ମହାତ୍ମା ଗାନ୍ଧିଙ୍କ ୧୫୪ ତମ ଜନ୍ମତିଥି ପାଳନ

0 0
Read Time:2 Minute, 49 Second

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ବିନେତା ସ୍ୱାଇଁଙ୍କ ଆହ୍ୱାନ କ୍ରମେ ପ୍ରାତଃ ୫.୩୦ ମୀ ରେ ଡାକବାଜି ଯନ୍ତ୍ର ଦ୍ଵାରା ସହର ସାରା ରାମ ଧୂନ୍ ପ୍ରସାରଣ କରାଯାଇଥିଲା ୧୦ ଘଣ୍ଟା ସମୟରେ ସାଧାରଣ ଜନତା କାଉନସିଲର ଓ ଅଫିସ କର୍ମଚାରୀ ମିଳିତ ଭାବେ ନଗର ପରିକ୍ରମା କରି ୫ନଂ ୱାର୍ଡ ରେ ଥିବା ମହାମାନବ ମହାତ୍ମା ଗାନ୍ଧୀଙ୍କ ପ୍ରତୀ ମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା ଆସିକା ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପାଇଁ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ବେଜ ଶପଥ କରାଇଥିଲେ ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତ ଜନ ସମାଜ ନୂତନ ଭାରତ ଗଠନ ଲକ୍ଷ୍ୟରେ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ , ଜାତି ଧର୍ମ ନିର୍ବିଶେରେ ଆମେ ଏକ ହୋଇ ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଉପସ୍ଥିତ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ ଓ ନିଜେ ନିଜର ଘର ଆଖ ପାଖ ଅଞ୍ଚଳକୁ ସଫା ରଖି ଅନ୍ୟମାନଙ୍କୁ ଏହି ବାର୍ତ୍ତା ଦେଇ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଦେଶର ଏକ ନମ୍ବର ଏନ୍ ଏ ସି କରିବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ବିନେତା ସ୍ବାଇଁ ତାଙ୍କ ଅଭିଭାଷଣ ମାଧ୍ୟମ ରେ ଅନୁରୋଧ କରିଥିଲେ ଶେଷରେ ବ୍ରାଣ୍ଡ ଆମ୍ବାସଡର ଶ୍ରୀ ଅରୁଣ କୁମାର ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶେଷରେ ସହରା ଅଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ବିସ୍କୁଟ ବିତରଣ କରାଯାଇଥିଲା ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଭାସ୍କର ବେହେରା, ବିଜୟଲକ୍ଷ୍ମୀ ବେହେରା ,ରିତା ବେହେରା, ନିରଞ୍ଜନ ଜେନା, ନିଗମା ନନ୍ଦ ରାଉତ,ବାସନ୍ତୀ ପାତ୍ର,ଦୂର୍ଗାବାଇ ବୈଠାରୁ,ମମତା ପାତ୍ର, ରିନା ବେହେରା ପ୍ରଦୀପ କୁମାର ଗୌଡ଼ ମଦନ ମୋହନ ନାୟକ,ବନ୍ଦିତା ପ୍ରଧାନ ,ବିଜେଡି ନେତା ସୁବ୍ରତ ସାହୁ, ରୋମନ କୁମାର ବୈଠାରୁ, ସିମାଞ୍ଚଳ ପରିଡ଼ା , ବିନୋଦ କୁମାର ପାତ୍ର, କାହ୍ନୁ ଚରଣ ପାତ୍ର ସମସ୍ତ କର୍ମଚାରୀ, ସ୍ୱଚ୍ଛ ସୁପର ଭାଇଜର, ସ୍ବଚ୍ଛ ସାଥୀ ଉପସ୍ଥିତ ଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍