ଦିବ୍ୟାଙ୍ଗ ଶିଶୁର ଅଭିଭାବକଙ୍କ ପ୍ରଶିକ୍ଷଣ ଶିବିର

ଦିବ୍ୟାଙ୍ଗ ଶିଶୁର ଅଭିଭାବକଙ୍କ ପ୍ରଶିକ୍ଷଣ ଶିବିର

0 0
Read Time:1 Minute, 51 Second

ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆସିକା ବ୍ଲକର 04 ଗୋଟି କ୍ଳଷ୍ଟର ଦିବ୍ୟାଙ୍ଗ ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଆସିକା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ହରିଡ଼ାପଦର କ୍ଳଷ୍ଟର ସିଆରସିସି ସମୀରକାନ୍ତ ନାୟକ, ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ ନନ୍ଦ,ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ l ହରିଡ଼ାପଦର, ନଳବଣ୍ଟା, କାଳଷଣ୍ଢପୁର ଏବଂ ଆସିକା ଏନ ଏ ସି ରୁ ବହୁ ଅଭିଭାବକ ଯୋଗ ଦେଇଥିଲେ l ତାଲିମ ଦାତ୍ରୀ ରୂପେ ସନ୍ତୋଷିନୀ ମୁନି, ଅର୍ଚନା ବେହେରା ତାଲିମ ପ୍ରଦାନ କରିଥିଲେ l ଦିବ୍ୟାଙ୍ଗ ଶିଶୁ ମାନଙ୍କ ଅଧିକାର କୁ ସୁନିଶ୍ଚିତ କରିବା, ଏଭଳି ଶିଶୁ ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ, ଆଶ୍ରିବାଦ, ଗ୍ରୀନ ପାସେଜ,ରାସନ କାର୍ଡ ଏବଂ ଦିବ୍ୟାଙ୍ଗ ଶିଶୁ ମାନଙ୍କ ସାମଗ୍ରୀ, ପୃଷ୍ଠେପୋଷକତା ଏବଂ ଅନ୍ୟ ସରକାରୀ ଯୋଜନା ଉପରେ ଆଲୋଚନା କରାଯାଇଥିଲା l ଦିବ୍ୟାଙ୍ଗ ଶିଶୁ ମାନଙ୍କ ମାନସିକ ସ୍ଥିତି, ଚାଳିଚଳନ ଏବଂ ସାମଗ୍ରୀକ ବିକାଶ, ଭଳି ଅନେକ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ତନିର୍ବେସୀ ଶିକ୍ଷା ସ୍ବେଛାସେବୀ ନୃସିଂହ ଲେଙ୍କା, ଶିବ ଶଙ୍କର ପଣ୍ଡା, ଶାନ୍ତିଲତା ପାତ୍ର, ଫକୀର ମୋହନ ପ୍ରଧାନ ସହଯୋଗ କରିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ