ସୁବର୍ଣ୍ଣେଶ୍ୱର ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ  ଉଦଯାପିତ 

ସୁବର୍ଣ୍ଣେଶ୍ୱର ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ  ଉଦଯାପିତ 

0 0
Read Time:2 Minute, 40 Second

ଆସିକା ସହରର ଉପକଣ୍ଠରେ ଅବସ୍ଥିତ ବହୁ ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ସୁବର୍ଣ୍ଣନେଶ୍ୱର ମନ୍ଦିରଠାରେ ବିଶ୍ୱଶାନ୍ତି ପଞ୍ଚକୁଣ୍ଡିୟ ରୁଦ୍ର ମହାଯଜ୍ଞ ର ବୁଧବାର ରେ ପୂର୍ଣ୍ଣାହୁତି ହୋଇଛି। ୨୨ତାରିଖ ରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ରେ ୩୦ରୁ ଉର୍ଦ୍ଧ୍ବ ସ୍ତ୍ରୋତ୍ରୀୟ ପଣ୍ଡିତ ବ୍ରାହ୍ମଣ ମାନଙ୍କ ଦ୍ଵାରା ପ୍ରତ୍ୟହ ପୂଜା ଓ ହୋମ ଅନୁଷ୍ଟିତ ହୋଇଥଲା।ଏକ ଆଧ୍ୟାତ୍ମିକ ପରିବେଶ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ସମସ୍ତ ପୂଜା କାର୍ଯ୍ୟ ତଥା ରୀତି ନୀତି ଦେଖିବା ନିମନ୍ତେ ସମାଗମ ହେଉଥିଲେ।ପ୍ରଥମ ଦିବସରେଏଥି ସକାଶେ ଦୀକ୍ଷାଗ୍ରହଣ,ଜଳାଯାତ୍ରା,ଯମୁନା ଆବାହନ,ମଣ୍ଡଳ ବିନ୍ୟାସ ଓ ଅଙ୍କୁରାରୋପଣ ଅୟୋଜନ ହୋଇଥିଲା।ଜଳାଯାତ୍ରା ପାଇଁ ବୁଡ଼ତୋଟା  ଋଷିକୂଲ୍ୟା ଓ ବଡନଦୀ ସଙ୍ଗମ ସ୍ଥଳରେ ହୋମ ଓ ଯଜ୍ଞ କରି  ପବିତ୍ର ଜଳ ସଂଗ୍ରହ ହୋଇ ଶହସ୍ରାଧିକ ପୁରୁଷ ଓ ମହିଳା ମାନେ କଳସ ଯାତ୍ରାରେ ବାହାରି ସହର ପରିକ୍ରମା କରି ମନ୍ଦିର ଯାଇ କଳସ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା।ସୁଦୂର ବଦ୍ରୀନାଥ ଧାମରୁ ଆଗତ ସନ୍ୟାସୀ ଶ୍ରୀରାମ ଚରଣ ଦାସ ମହାରାଜଙ୍କ ଉଦ୍ୟମରେ ପଣ୍ଡିତ ଉମେଶ ପ୍ରସାଦ ଦାସ,ପଣ୍ଡିତ ରାମ ଶତପଥୀ,ପଣ୍ଡିତ ନୀଳ ମାଧବ ତ୍ରିପାଠୀ,ପଣ୍ଡିତ ଗଙ୍ଗାଧର ଶତପଥୀ ଙ୍କ ତତ୍ୱବାଧାନରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ୨୨ରୁ  ୧ ତାରିଖ ଯାଏଁ  ଆଠଦିନ ବ୍ୟାପୀ ଶାନ୍ତି ଶୃଙ୍ଖଳାର ସହ ପାଞ୍ଚ ମହାଯଜ୍ଞ ଅନୁଷ୍ଠିତ ହୋଇଛି।ଏହି ଯଜ୍ଞରେ ଜିଲ୍ଲାର ବହୁ ସାଧୁସନ୍ଥ ମଧ୍ୟ ଯୋଗଦେଇଥିଲେ। ରାଜସ୍ଥାନ ସଂସ୍କୃତ ମହାବିଦ୍ୟାଳୟ ର ପ୍ରଫେସର ମାନଙ୍କ ସମେତ ଗଞ୍ଜାମ ଜିଲ୍ଳା ର ବଛା ବଛା ପଣ୍ଡିତ ସ୍ତ୍ରୋତ୍ରୀୟ ବ୍ରହ୍ମଣ ମାନେ ଯଜ୍ଞ ପରିଚାଳନା କରୁଥିବାରୁ ସାରା ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ସଂଯୋଜନାରେ ପୋଲିସ ବାହିନୀ ମୁତୟନ ରହିଥିବା ବେଳେ ଅଗ୍ନିଶ୍ରମ ବାହିନୀ ଓ ବହୁ ସ୍ବେଛା ସେବୀ ସହଯୋଗ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ