ଧରାକୋଟ ଗ୍ରାମାଞ୍ଚଳର ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ମାଧ୍ୟମରେ ନିଯୁକ୍ତି ପାଇଁ ରାଜ୍ୟ ସରକାର ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈଶଲ୍ୟ ଯୋଜନା ମାଧ୍ୟମରେ ଚୟନ ଓ ପରାମର୍ଶ ଶିବିର ଧରାକୋଟ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।୧୮ରୁ୩୫ ବର୍ଷ ର ୧୭୭ ଜଣ ଯୁବକ ଯୁବତୀ ଏ ଶିବିରରେ ନାମ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୫୪ଜଣକୁ ଇଲେକ୍ଟ୍ରୋକାଲ, ସିଲେଇ, ହୋଟେଲ ମେନେଜ ମେଣ୍ଟ,ଗ୍ରାହକ ସେବା ମ୍ୟାନେଜର, ପାଣି ପାଇପ ମିସ୍ତ୍ରୀ,ସାଂପଲିଙ୍ଗ ଟେଇଲର,ହସପିଟାଲିଟ, ହାର୍ଡୱେର ଇଂଜିନିୟର ଓ ସ୍ବାସ୍ଥ୍ୟ ସେବା ପାଇଁ ୩,୬,୯ ଏବଂ୧୨ରେ ତାଲିମ୍ ପ୍ରଦାନ କରାଯିବ।ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଉଦଘାଟନ କରିଥିବାବେଳେ ବିଡ଼ିଓ ସୁଶୀଲ କୁମାର ପଟ୍ଟନାୟକ,ସିଡିପିଓ ଡାଳିମ୍ବ ନାଇକ, କଲ୍ୟାଣ ସଂପ୍ରସାରଣ ଅଧିକାରୀ ଅନୀଲ ପ୍ରଧାନ,ବିପିଏମ ପ୍ରତାପ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ଏହି ଶିବିରରେ ୯ ଗୋଟି କଂପାନୀ ଉପସ୍ଥିତ ରହିଥିଲେ।
ଧରାକୋଟ ରେ ଦକ୍ଷତା ବିକାଶ ପାଇଁ ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର
Read Time:1 Minute, 24 Second

