ବିପଦ ଜନକ ସ୍ଥିତିରେ ମୁଣ୍ଡମରାଇ ସେବା ସମବାୟ ସମିତି

ବିପଦ ଜନକ ସ୍ଥିତିରେ ମୁଣ୍ଡମରାଇ ସେବା ସମବାୟ ସମିତି

0 0
Read Time:2 Minute, 17 Second

ଧରାକୋଟ ଚାଷୀର ଆର୍ଥିକ ମାନଦଣ୍ଡର ବିକାଶରେ ସେବା ସମବାୟ ସମିତିର ଭୂମିକା ବେଶ ଗୁରୁତବପୂର୍ଣ । ବିହନ, ସାର ଯୋଗାଣ ଠାରୁ କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ କୃଷକ ପଛରେ ଠିଆ ହୋଇଥାଏ ସେବା ସମବାୟ ସମିତି । ହେଲେ ଦୁଃଖର କଥା ଆସିଲା ସମବାୟ କେନ୍ଦ୍ର ବ୍ୟାଙ୍କ ଧରକୋଟ ଶାଖା ଅଧୀନରେ ରହିଥିବା ପନ୍ଦର ଗୋଟି ସମିତିର ସ୍ଥିତି ଶୋଚନୀୟ। ସେଥି ମଧ୍ୟରୁ ମୁଣ୍ଡମାରାଇ ସମିତିର ସ୍ଥିତି ଅତ୍ୟନ୍ତ ଜରାଜୀର୍ଣ୍ଣ। 1964 ମସିହାରେ ପ୍ରତିଷ୍ଠିତ ଏହି ସମିତିର କାର୍ଯ୍ୟାଳୟ, ଦୁଇଗୋଟି ଗୋଦାମ ଗୃହ ଏବେ ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଏହି ସମିତି ଅଧୀନରେ ମୁଣ୍ଡାମରାଇ ଓ ସରଧପୁର ପଞ୍ଚାୟତର ମୋଟ 3468 ଜଣ ଚାଷୀ ସଭ୍ୟ ଭାବରେ ଅନୁବନ୍ଧିତ। ରବି ଓ ଖରିଫ ଫସଲ ପାଇଁ ଆସୁଥିବା ବିହନ ଓ ସାର ରଖିବାପାଇଁ ଦୁଇଟି ଗୋଦାମ ରହିଛି । ଗତ ଫାଇଲିନ ସମୟରେ କାର୍ଯ୍ୟାଳୟ ଓ ଗୋଦାମ ଗୃହର ଟିଣ,ସିଲିଂ, ଫ୍ଲୋରିଂ ନଷ୍ଟ ହୋଇଯାଇଥିବା ବେଳେ କବାଟ, ଝରକା ସମ୍ପ୍ରିତି ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚିଲାଣି। ଗୋଦାମରେ ରହୁଥିବା ସାର ଓ ବିହନ ବର୍ଷା ଜଳରେ ଭିଜି ନଷ୍ଟ ହେଉଥିବାବେଳେ କାର୍ଯ୍ୟାଳୟ ର ଆସବାବପତ୍ର, କମ୍ପ୍ୟୁଟର, ଲାପଟପ୍, ଜେରେକ୍ସ ମେସିନ କୁ ପାଲ ଘୋଡାଇ ରଖିବାକୁ ପଡୁଛି। ସମିତିର ଶୋଚନୀୟ ସ୍ଥିତି ସମ୍ପର୍କରେ ସମବାୟ ବିଭାଗର ଉପନିବନ୍ଧଂକ ଓ ସହକାରୀ ଉପନିବନ୍ଧକଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଫଳାଫଳ ଶୂନ । ସ୍ଥିତି ଏପରି ହେଲାଣି କେଉଁ ମୁହୂର୍ତ୍ତରେ ଗୃହ ଭୁଶୁଡ଼ି ଧନ ଜୀବନ ନଷ୍ଟ ହେବ ତାହା କହିହେଉନାହି। ଏଣୁ ସମବାୟ ବିଭାଗର ଉଚ୍ଚ ପଦାଧିକାରୀ ତୁରନ୍ତ ମୁଣ୍ଡମରାଈ ସମେତ ସମସ୍ତ ପନ୍ଦର ଗୋଟି ସମିତିର କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ଚାଷୀମାନେ ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍