ଧରାକୋଟ ପଞ୍ଚାୟତ ସମିତିର ପ୍ରଥମ ବୈଠକ

ଧରାକୋଟ ପଞ୍ଚାୟତ ସମିତିର ପ୍ରଥମ ବୈଠକ

0 0
Read Time:2 Minute, 33 Second

ଧରାକୋଟ ପଞ୍ଚାୟତ ସମିତିର ପ୍ରଥମ ବୈଠକ ମଙ୍ଗଳବାର ଦିନ ବ୍ଲକ ସଭାଗୃହ ରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ବାଇଁ,ଟୁକୁନା ଗୈାଡ,BDO ଡେନିସ ବେହେରା, ଅତିରିକ୍ତ BDO ସୁଶୀଲ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁ,, ପ୍ରମୁଖ ମଞ୍ଚାସୀନ ଥିଲେ, ଆଜିର ବୈଠକ ରେ ମୂଖ୍ୟତଃ ପିଇବା ପାଣି ଓ ସ୍ବଛତା ଓ ପରିମଳ ଉପରେ ଆଲୋଚନା ହୋଇଥିଲା।ଗ୍ରାମ୍ୟଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ବାଇଁ ପ୍ରତି ପଞ୍ଚାୟତରେ ଆବଶ୍ୟକତା ଭିତ୍ତିରେ ଦୁଇ ରୁ ତିନି ଗୋଟି ନଳକୂପ ଖୋଳାଯିବା ସହ ପ୍ରକାଶ କରିଥିଲେ ଠିକ୍ ସେହିପରି ୫୨ ଟି ରାଜସ୍ବ ଗ୍ରାମରେ ୧୪୩ ଗୋଟି ସୈରଶକ୍ତି ଚାଳିତ ପିଇବା ପାଣି ପ୍ରକଳ୍ପ ଆରମ୍ଭ ହୋଇଛି। ଅନ୍ୟାନ୍ୟ ଗ୍ରାମରେ ରହିଥିବା ପିଇବା ପାଣି ସମସ୍ୟା ମଧ୍ୟ ଶିଘ୍ର ସମାଧାନ କରାଯିବାର ସୂଚନା ଦେଇଥିଲେ, ଠିକ୍ ସେହିପରି ବିଭାଗୀୟ କନିଷ୍ଠଯନ୍ତ୍ରୀ ଚିନ୍ମୟୀ ରାଉତ ୨୦୨୪ ମସିହା ମଧ୍ୟରେ ସମସ୍ତ ପଞ୍ଚାୟତରେ କଠିନ ଓ ତରଳ ବୈଜ୍ୟବସ୍ତୁ ର ସଠିକ୍ ପରିଚାଳନା ପାଇଁ କାର୍ଯ୍ୟକ୍ରମ ରହିଥିବାବେଳେ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ମୁଣ୍ଡମରାଇ,ଜାହାଡା,ଓ ମାଣିକପୁର ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ର ସୂଚନା ଦେଇଥିଲେ ସ୍ବଛଭାରତ ମିଶନ କାର୍ଯ୍ୟକ୍ରମ କୁ ଖୁବ ଶୀଘ୍ର ସମସ୍ତ ପଞ୍ଚାୟତ ରେ କାର୍ଯ୍ୟକାରୀ କରାଯିବାର ସୂଚନା ଦେଇଥିଲେ।ଆଜିର ବୈଠକରେ ସମସ୍ତ ବ୍ଲକ୍ ସ୍ତରର ସମସ୍ତ ବିଭାଗର ପଦାଧିକାରୀ ଙ୍କ ସମେତ ଓ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ କର୍ମଚାରୀ ମାନେ ଉପରିସ୍ଥ ରହିଥିଲେ, ଏହି ବୈଠକରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନିଳମଣୀ ପ୍ରଧାନ ବିବରଣୀ ପାଠ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ରାଜନୀତି